ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି ‘ଏଇ ଥର, ଚାରିଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି । ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହା ଏକ ଉଦ୍ୟମ ମଧ୍ୟ ହୋଇପାରେ ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ! ଦେଶରେ ଦରବୃଦ୍ଧି, ବେକାରୀ ଭଳି ଉତ୍କଟ ସମସ୍ୟାଗୁଡ଼ିକ କାରଣରୁ ଜନତାଙ୍କ ରୋଷ ବୃଦ୍ଧି ପାଇଥିବାରୁ ୪୦୦ରୁ ଅଧିକ ଆସନ ସହଜସାଧ୍ୟ ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦଘୋଷଣା ପଛରେ ଆଉ କିଛି ଅଭିସନ୍ଧି ଥାଇପାରେ ବୋଲି ବିରୋଧୀ ପକ୍ଷଙ୍କ ଅନୁମାନ । ସେମାନେ କହନ୍ତି ଯେ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ୪୦୦ରୁ ଅଧିକ ଆସନ ଅର୍ଥାତ୍ ସମ୍ପୂର୍ଣ୍ଣ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ କରି ସମ୍ୱିଧାନକୁ ବଦଳାଇବା ଲାଗି ସରକାର ଉଦ୍ୟମ କରିବେ । ତେଣୁ ଏ ସଂଦର୍ଭରେ ଏକ ଆଲୋଚନା କରାଯିବା ଉଚିତ । ବିଜେପିର ୪୦୦ ପାର ସ୍ଳୋଗାନ ବିରୋଧୀ ଦଳଗୁଡ଼ିକ ହାତରେ ସତେ ଯେମିତି ଅସ୍ତ୍ରଟିଏ ଧରାଇଦେଇଛି । ‘ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜେପି ସମ୍ୱିଧାନକୁ ବଦଳାଇ ସମାଜର ଦଳିତ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କ ଅଧିକାରକୁ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚାହୁଁଛି କି ?’ ଏଭଳି ବଖାଣଟିଏ ଏବେ ପ୍ରସାରିତ ହେବାରେ ଲାଗିଛି; ଯାହା ସେହି ବର୍ଗର ଲୋ
ଜଳବାୟୁ ସୁରକ୍ଷା କର୍ମୀ ସୋନମ ୱାଙ୍ଗଚୁକ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୫୦୦ ଫୁଟ ଉଚ୍ଚତାରେ ଲଦ୍ଦାଖଠାରେ ମାର୍ଚ୍ଚ ୨୦୨୪ରେ ୨୧ ଦିନ ଧରି ଜଳବାୟୁ ଅନଶନ କରିଥିଲେ । ତାଙ୍କର ଏହି ଅନଶନ ପଛରେ ଦୁଇଟି ଉଦ୍ଦେଶ୍ୟ ସନ୍ନିହିତ ଥିଲା । ପ୍ରଥମତଃ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ଦ୍ରୁତ ଗତିରେ ତରଳୁଥିବା ହିମାଳୟର ହିମପ୍ରବାହଗୁଡ଼ିକ ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଓ ଦ୍ୱିତୀୟତଃ, ଲଦ୍ଦାଖ ଅଞ୍ଚଳର ସମ୍ୱଳର ସୁରକ୍ଷା ଲାଗି ସେଠାକାର ଅଧିବାସୀମାନଙ୍କୁ ଆଇନଗତ ଅଧିକାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଉପରେ ଚାପ ପକାଇବା । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ପ୍ରତି ଧ୍ୟାନ ଆକର୍ଷଣ କରିବା ଲାଗି ଜଳବାୟୁ ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟର ଅବଲମ୍ୱନ କରିଥାନ୍ତି । ତେବେ ୱାଙ୍ଗଚୁକଙ୍କ ଜଳବାୟୁ ଅନଶନ ଏ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଅଭିନବ ପ୍ରୟାସ । ପ୍ରତିକୂଳ ପରିବେଶରେ ବାହାରର ତାପମାନ ବିଯୁକ୍ତ ୨୫ ଡିଗ୍ରି ଥିଲାବେଳେ ପରିବେଶର ସୁରକ୍ଷା ଲାଗି କେବଳ ପାଣି ପିଇ ଜଣେ ୨୧ ଦିନ ଧରି ଜଳବାୟୁ ଅନଶନ ମାଧ୍ୟମରେ ପ୍ରତିବାଦ କରିବା ଅନେକଙ୍କୁ ବିସ୍ମିତ କରିବା ସହ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅବଶ୍ୟ ଏହି ଅନଶନରେ ୱାଙ୍ଗଚୁକ ଏକୁଟିଆ ନ ଥିଲେ । ମହିଳାଙ୍କଠାରୁ ଆରମ୍ଭ କରି ବୌଦ୍ଧ ଲାମାଙ୍କ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନସାଧାରଣ